ବିପଦ ଶଙ୍କୁଳ ଅବସ୍ଥାରେ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯାତ୍ରା

0

ଅସ୍ତରଙ୍ଗ: ଗୋଟିଏ ପଟେ ରାଜ୍ୟ ସରକାର ଛାତ୍ରଛାତୀଙ୍କ ସୁବିଧା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟ ପଟରେ ବିପଦ ଶଙ୍କୁଳ ଅବସ୍ଥାରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି । ଏହି ଦୁର୍ଦ୍ଦଶା ପୁରୀ ଜିଲା ଅସ୍ତରଙ୍ଗ ବ୍ଳକ୍‌ ତାଳଦା ଦ୍ୱୀପାଞ୍ଚଳରେ ଦେଖିବାକୁ ମିଳିଛି । ପ୍ରାୟ ୪୦ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ଦେବୀ ନଦୀ ପାର ହୋଇ ଅସ୍ତରଙ୍ଗ ସୁନ୍ଦର ଗାଁରେ ଥିବା ଏସ୍.ଏନ୍. ବିଦ୍ୟାପୀଠରେ ପରୀକ୍ଷା ଦେବାକୁ ଯାଉଛନ୍ତି । ଗାଁଠାରୁ ସୁନ୍ଦର ଗାଁ ୧୦ କିଲୋମିଟର ଦୂର ହୋଇଥିବା ବେଳେ ରାସ୍ତା ନଥିବାରୁ ଛାତ୍ରଛାତ୍ରୀଙ୍କୁ ଡଙ୍ଗାରେ ଦେବୀ ନଦୀରେ ପାର ଯିବାକୁ ପଡୁଥିବା ଅଭିଯୋଗ ହୋଇଛି । ୨୦୧୪ରେ ଦେବୀ ନଦୀରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ ।

Leave A Reply