ରାବଣ ପୋଡ଼ି ଉପରେ ରୋକ୍‍ ଲଗାଇବା ପାଇଁ ଭୀମ ସେନାର ଦାବି

0

ନୂଆଦିଲ୍ଲୀ : ଦଳିତଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଭୀମ ସେନା ଦଶହରା ଅବସରରେ ହେଉଥିବା ରାବଣ ଦହନ ବା ରାବଣ ପୋଡ଼ି ଉପରେ ରୋକ୍‍ ଲଗାଇବା ପାଇଁ ଦାବି କରିଛି। ପ୍ରତି ବର୍ଷ ଦଶହରାରେ ରାବଣ ପୋଡ଼ିରେ ରାବଣର ଏକ ପୁତ୍ତଳିକା ଦହନ କରାଯାଇଥାଏ। ଭୀମ ସେନା ପୁନେ ପୁଲିସ୍‍କୁ ପତ୍ର ଲେଖି ରାବଣ ପୋଡ଼ି ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛି। ଏହାସହ ରାବଣ ପୋଡ଼ି କରୁଥିବା ଲୋକଙ୍କ ବିରୋଧରେ ଏସ୍‍ସି/ଏସ୍‍ଟି ଆଇନରେ ମାମଲା ରୁଜୁ କରିବାକୁ ଧମକ ଦିଆଯାଇଛି।
ଭୀମ ସେନା ପକ୍ଷରୁ କୁହାଯାଇଛି ଯେ ରାବଣ ମାନବିକତା ସଂସ୍କୃତିର ପ୍ରତୀକ ଥିଲା। କେତେକ ଆଦିବାସୀ ସମ୍ପ୍ରଦାୟର ଲୋକ ରାବଣଙ୍କୁ ଅରାଧ୍ୟ ଦେବତା ଭାବେ ପୂଜା କରନ୍ତି। ରାବଣ ଜଣେ ରାଜା ଥିଲେ, ସେ ନ୍ୟାୟ ଏବଂ ସମାନତା ଉପରେ ବିଶ୍ୱାସ କରୁଥିଲେ। କିନ୍ତୁ ଇତିହାସର ଭ୍ରମାତ୍ମକ ଲେଖା ଯୋଗୁଁ ରାବଣଙ୍କୁ ସହସ୍ର ବର୍ଷ ଧରି ଏକ ଖଳନାୟକ ଭାବେ ଉପସ୍ଥାପନ କରାଯାଉଛି। ପ୍ରତିବନ୍ଧକ ଲଗା ନ ଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ବୋଲି ଭୀମ ସେନା ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଭୀମ ସେନା ସହ ମହାରାଷ୍ଟ୍ରର ଅନ୍ୟ ଏକ ଆଦିବାସୀ ସମ୍ପ୍ରଦାୟ ରାବଣ ପୋଡ଼ିର ବିରୋଧ କରିଛି।

Leave A Reply