ଡ଼କାୟତି ଯୋଜନା ପଣ୍ଡ, ଯୋଜନା ବେଳେ ଧରିଲା ପୁଲିସ

0

ବ୍ରହ୍ମପୁର: ଡ଼କାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଧରାକୋଟ ପୁଲିସ ହାତରେ ୭ଜଣ ଅପରାଧୀ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ ନନ୍ଦିଘର ତୋଟା ନିକଟ ଯାତ୍ରୀ ବିଶ୍ରାମାଗାରରେ ଡ଼କାୟତି ଯୋଜନା କରୁଥିବା ସମୟରେ ପୁଲିସ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଧରାକୋଟ ଥାନା ପୁଲିସ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ  ଚଢଉ କରି ସେଠାରେ ଥିବା ୭ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ଯୁବକମାନେ ଇଂଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି ।  ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଭୁଜାଲି, କାତି, ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ଦୁଇଟି ଅଫୁଟା ବୋମା, ଟର୍ଚ୍ଚ ଲାଇଟ୍ ସମେତ ବହୁ ସାମଗ୍ରୀ ଜବତ କରି କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।

Leave A Reply