କୁର୍ଣ୍ଣୁଲ୍ ବିସ୍ଫୋରଣରେ ମୃତ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ

0

ବ୍ରହ୍ମପୁର: କୁର୍ଣ୍ଣୁଲ ବିସ୍ଫୋରଣରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଶ୍ରମିକଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମର ରାଜେନ୍ଦ୍ର ନାହାକ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ଶେଷକୃତ୍ୟ ତାଙ୍କ ନିଜ ଗ୍ରାମରେ ସମ୍ପନ୍ନ ହୋଇଛି। ଆମ୍ବୁଲାନ୍ସ ଯୋଗେ ମରଶରୀର ଆସି ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ମୃତ ବନ୍ଧତଳ ନୂଆଗାଁର ଦୁଇଜଣ ଓ ରାଧାଗୋବିନ୍ଦପୁର ଗ୍ରାମର ଶ୍ରମିକଙ୍କ ଶେଷକୃତ୍ୟ ସେମାନଙ୍କ ଗ୍ରାମରେ ସମ୍ପନ୍ନ ହୋଇଥିଲା। ଗୁରୁତର ଅବସ୍ଥାରେ ଏବେ ବି ଦୁଇ ଜଣଙ୍କର ଚିକିତ୍ସା ଚାଲିଛି। ମୃତକଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରାଯାଇଛି

Leave A Reply