ଦୁଇଦିନିଆ ୟୁଏଇ ଗସ୍ତରେ ଧର୍ମେନ୍ଦ୍ର

0

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତ କରିିଛନ୍ତି। ରବିବାର ଶ୍ରୀ ପ୍ରଧାନ ୟୁଏଇର ମାନବ ସମ୍ବଳ ବିଭାଗ ମନ୍ତ୍ରୀ ନାସେର ବିନ ଥାନି ଜୁମାଅଲ ହମଲିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସହିତ ୟୁଏଇରେ କାମ କରୁଥିବା ଭାରତୀୟମାନଙ୍କର ଦକ୍ଷତା ବିକାଶକୁ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ସାର୍ଟିଫିକେସନ ଓ ଷ୍ଟାଣ୍ଡାର୍ଡର ସିନକ୍ରୋନାଇଜେସନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହାଦ୍ୱାରା ଭାରତରେ ଦକ୍ଷତା ତାଲିମ ପ୍ରାପ୍ତ କରିଥିବା ଲୋକେ ୟୁଏଇରେ ସହଜରେ ରୋଜଗାର ପାଇ ପାରିବେ। ଉଲ୍ଲେଖନୀୟ ଯେ ୟୁଏଇରେ ୩୩ ଲକ୍ଷ ଭାରତୀୟ କାମ କରୁଥିବାବେଳେ ପ୍ରତ୍ୟେକ ବର୍ଷ ୧.୫ ଲକ୍ଷ ଅତିରିକ୍ତ ଲୋକ କାମ କରିବାକୁ ୟୁଏଇ ଯାଇଥାନ୍ତି।

Leave A Reply