‘ଗଜ’ କ୍ଷତି ଭରଣା ପାଇଁ ୧୫ହଜାର କୋଟି ସହାୟତା ମାଗିଲା ତାମିଲନାଡ଼ୁ

0

ନୂଆଦିଲ୍ଲୀ : ତାମିଲନାଡୁରେ ବାତ୍ୟା ‘ଗଜ’ଜନିତ କ୍ଷତି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୧୫ହଜାର କୋଟି ଟଙ୍କାର ସହାୟତା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଏ ବାବଦ ଦାବି ଉପସ୍ଥାପନ କରିଛନ୍ତି। ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ପଲାନିସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ‘ଗଜ’ ପ୍ରଭାବରେ ରାଜ୍ୟରେ ୭ଟି ଜିଲା କ୍ଷତିଗ୍ରସ୍ତ ହୋଇଛି ଓ ୬୩ଜଣ ପ୍ରାଣ ହରାଇଥିବା ସେ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତାଙ୍କୁ କେନ୍ଦ୍ରୀୟ ଦଳ ପଠାଇ କ୍ଷତିର ଆକଳନ କରିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

Leave A Reply