ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

0

କଟକ: କଟକ ସହରର ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବର ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ କର୍ପୋରେଟର ହେମନ୍ତ କୁମାର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲାଲା ପ୍ରଦୀପ୍ତ କୁମାର ରାୟ, ସିଆରସିସି ଶ୍ରୀମତୀ ଭାରତୀ ପଦ୍ମଜା ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ଦୀପାଳି ପୋଦାର ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ପ୍ରତ୍ୟେକ ପିଲାଙ୍କୁ ୨ହଳ ଲେଖାଁଏ ପୋଷାକ ସହିତ ୧ହଳ ଜୋତା ଓ ୨ହଳ ମୋଜା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply