ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ମଇଁଷି ମୃତ

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପଙ୍କପାଳ ପଞ୍ଚାୟତ କମଳାଦେବୀ ମହିଳା ମହାବିଦ୍ୟାଳୟ ନିକଟରେ ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଛି। ମଇଁଷି ଗୁଡିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳେ ପଡିଥିଲେ। ମଇଁଷି ଚାଷୀ ପ୍ରଭାତ ଦାସଙ୍କ ଏହା ଏକମାତ୍ର ରୋଜଗାର ପନ୍ଥା ଅଟେ। ଏହି ଘଟଣା ପରେ ସେ ଓ ତାଙ୍କ ପୁଅ ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି। ତାଙ୍କୁ କ୍ଷତିପୂରଣ ଦାବି କରି କଟକ ପାରାଦ୍ବୀପ ରାସ୍ତା ଜ୍ଞାନବିକାଶ ଛକ ନିକଟରେ ଅଂଚଳବାସୀଙ୍କ ରାସ୍ତାରୋକ କରିଛନ୍ତି।

Leave A Reply