କଟକ ଜିଲା ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

0

କଟକ : ରବିବାର ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ କଟକ ଜିଲା ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାକୁ କଟକ ଜିଲା କ୍ରୀଡ଼ା ସଂସଦ ଆୟୋଜନ କରୁଛି। ଏହି ପ୍ରତିଯୋଗିତାରେ କଟକ ଜିଲାରୁ ପ୍ରାୟ ୧ ହଜାର ଆଥ୍‌ଲେଟ ଭାଗ ନେଇଛନ୍ତି। ରବିବାର ସକାଳେ ଏହି ପ୍ରତିଯୋଗିତାକୁ କଟକ ମହାନଗର ନିଗମର ମେୟର ମୀନାକ୍ଷୀ ବେହେରା ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରିଥିଲେ। କଟକର ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟ ଓ କଟକ ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଥିଲେ। କଟକ ଜିଲା କ୍ରୀଡ଼ା ସଂସଦ ଉପସଭାପତି ବିଜୟ ଦାସ, ଦିଲୀପ ସାହୁ, ରମେଶ ମଲ୍ଲିକ, ସହଦେବ ରାଉତ, ଯୁଗ୍ମ ସମ୍ପାଦକ ସୌରଭ ବେହେରା, କଟକ ଜିଲା କ୍ରୀଡ଼ା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ, ସିଏମ୍‌ସି କର୍ପୋରେଟର ରଞ୍ଜନ ବିଶ୍ବାଳ ଏବଂ କୈଳାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାର ପ୍ରଥମ ଦିନରେ କଟକ ସାଇ ଛାତ୍ରାବାସର ପ୍ରତିଯୋଗୀ ବେଶ୍‌ ସଫଳତା ହାସଲ କରିଛନ୍ତି।

Leave A Reply