ଆତଙ୍କବାଦୀଙ୍କ ଗୁଳିରେ ସିଆଇଏସ୍‍ଏଫ୍‍ ଏଏସ୍‍ଆଇ ସହିଦ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଶ୍ରୀନଗର ନିକଟ ନୌଗାଓଁର ୱାଗୁରାଠାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଚାଲିଥିବା ଗୁଳିବିନିମୟରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସ୍‍ଏଫ୍‍) ଆସିଷ୍ଟାଣ୍ଟ ସବ୍‍-ଇନ୍ସପେକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରାଣ ହରାଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଏକ ଗ୍ରୀଡ୍‍ ଷ୍ଟେସନ୍‍ ଉପରକୁ ଗୁଳି ଚଳାଇବାରେ ସେଠାରେ କର୍ତ୍ତବ୍ୟରତ ଏଏସ୍‍ଆଇ ରାଜେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ବାରମୂଳା ଜିଲାର ସୋପୁରଠାରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ପ୍ରାଣ ହରାଇଥିଲେ।

Leave A Reply