ବିଜୟ ଲକ୍ଷ୍ୟ ୨୪୫ ; ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୭୧ ରନରେ ଅଲ ଆଉଟ୍

0

ସାଉଦାମ୍ପଟନ : ଚତୁର୍ଥ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ପକ୍ଷରୁ  ଭାରତ ପାଇଁ ୨୪୫ ରନର ବିଜୟ ଳକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୨ ରନରେ ୩ ୱିକେଟ ହରାଇଛି। ଧାୱନ ୧୭, କେ.ଏଲ ରାହୁଲ ୦ ଏବଂ ପୂଜାର ୫ ରନ କରି ଆଉଟ ହୋଇଛନ୍ତି।

ପୂର୍ବରୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୨୭୧ ରନ କରି ଅଲ ଆଉଟ ହୋଇ ଯାଇଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା  ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୮ ୱିକେଟ ବିନିମୟରେ୨୬୦ରନ କରିଥିଲା। ରବିବାର ଆଉ ୧୧ ରନ ଯୋଡିବା ପରେ ଇଂଲଣ୍ଡ ଅଲ୍ ଆଉଟ ହୋଇଯାଇଥିଲା। ୨୭ ରନ ଆଗୁଆ ଥିବା ଭାରତ ପାଇଁ  ଇଂଲଣ୍ଡ ପକ୍ଷରୁ  ୨୪୫ ରନର ବିଜୟ ଳକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Leave A Reply