ଦାୟିତ୍ବ ନେଲେ ନୂଆ ସିପି ସତ୍ୟଜିତ୍ ମହାନ୍ତି

0

ଭୁବନେଶ୍ବର: କଟକ- ଭୁବନେଶ୍ବର ଦ୍ଵୈତ ନଗରୀର ଷଷ୍ଠ ପୁଲିସ କମିଶନର ଭାବେ ସତ୍ୟଜିତ୍ ମହାନ୍ତି ଦାୟିତ୍ବ ନେଇଛନ୍ତି। ଶୁକ୍ରବାର ଦିନ ପୂର୍ବାହ୍ନରେ ଭୁବନେଶ୍ବର ସ୍ଥିତ କମିଶନରେଟ୍ ପୁଲିସ ମୁଖ୍ୟ କାଯ୍ୟାଳୟରେ ପୂର୍ବତନ ପୁଲିସ୍ କମିଶନର ଓ୍ୱାଇ.ବି. ଖୁରାନିଆଙ୍କ ଠାରୁ ସତ୍ୟଜିତ୍ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ସତ୍ୟଜିତ୍ ମହାନ୍ତି ପୂର୍ବରୁ କୋରାପୁଟ, ରାଉରକେଲା, କଟକ, ବାଲେଶ୍ୱରରେ ଏସ୍‌ପି ଓ ପୁରୀରେ ଆଡିସନାଲ୍ ଏସ୍‌ପି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Leave A Reply