ନିଆଁ ଲାଗି ୭ଗୋରୁ ଜୀବନ୍ତ ଦଗ୍ଧ

0

ବ୍ରହ୍ମଗିରି : ଗୁହାଳରେ ନିଆଁ ଲାଗି ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୬ଟି ଗୋରୁଙ୍କ ଅବସ୍ଥା ଗୁରୁତର ହୋଇଛି। ଏପରି ଅଭାବନୀୟ ଘଟଣା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାଣ୍ଡିଶାଳ ଗ୍ରାମରେ ଘଟିଛି। ବୁଧବାର ବିଳମ୍ବିତ ରାତିରେ ହାଣ୍ଡିଶାଳ ଗ୍ରାମର ଅଖାରି ବେହେରାଙ୍କ ଗୁହାଳରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୁହାଳଟି ସମ୍ପୁର୍ଣ୍ଣ ପୋଡି ହୋଇଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ତେବେ ଗୁହାଳରୁ ମଶାଙ୍କୁ ଘଉଡାଇବାକୁ ଦିଆଯାଇଥିବା ଧୂଆଁରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Leave A Reply