ଏନସି କଲେଜରେ ପ୍ରାକ୍‍ ନିର୍ବାଚନୀ ହିଂସା

0

ଯାଜପୁର : ଯାଜପୁର ଏନସି କଲେଜରେ ପ୍ରାକ ଛାତ୍ର ସଂସଦ ନିର୍ବାଚନ ହିଂସା ସୃଷ୍ଟି ହୋଇଛି। କଲେଜ ପରିସରରେ ଅଣଛାତ୍ରଙ୍କ ଦ୍ୱାରା ଗଣ୍ଡଗୋଳ ଓ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।  ବିଳମ୍ବିତ ରାତିରେ ଛାତ୍ରୀ ନିବାସ ଉପରେ କେତେକ ଅଣଛାତ୍ର ବୋମାମାଡ଼ କରିବା ପରେ ପରିସର ଅଶାନ୍ତ ହୋଇପଡ଼ିଛି। ବୋମାମାଡ଼ରେ କୌଣସି ଧନଜୀବନ ହାନି ଘଟି ନଥିଲେ ମଧ୍ୟ କଲେଜ ପରିସରରେ ଆତଙ୍କ ଖେଳିଯାଇଛି। ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଫେରାର ହୋଇଥିବାର ସୂଚନା ମଳିଛି। ଅଘଟଣକୁ ଏଡ଼ାଇବା ପାଇଁ  କଲେଜ ଓ ହଷ୍ଟେଲ ପରିସରରେ ପୁଲିସ ମୁତୟନ କରାଯାଇଛି ।

Leave A Reply