ଏହି କାରଣରୁ କିଛି ଲୋକଙ୍କୁ ସବୁବେଳେ ହୋଇଥାଏ ଥଣ୍ଡା

0

ସାଧାରଣତଃ ସମୟ ସମୟରେ ଥଣ୍ଡା ତ ପ୍ରାୟ ସମସ୍ତଙ୍କୁ ହୋଇଥାଏ। ହେଲେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କୁ ଥଣ୍ଡା ଆଦୌ ଛାଡ଼ି ନଥାଏ ଅର୍ଥାତ୍ ସେମାନଙ୍କୁ ଅଧିକାଂଶ ସମୟରେ ଥଣ୍ଡା ହୋଇଥାଏ। ତେବେ ଲୋକେ ଭାବନ୍ତି ଋତୁ ପରିବର୍ତ୍ତନ ଯୋଗୁଁ ଏମିତି ଘଟୁଛି, ହେଲେ ଏପରି ଭାବିବା ଭୁଲ୍। ଚାଲନ୍ତୁ ଜାଣିବା କିଛି ଲୋକଙ୍କୁ ସବୁବେଳେ ଥଣ୍ଡା କାହିଁକି ହୋଇଥାଏ –

– ଏହାର ପ୍ରଥମ କାରଣ ହେଲା ହାତ ନ ଧୋଇବା। ଖାଇବା ପୂର୍ବରୁ, ପରେ, ଶୌଚାଳୟ ଯିବା ପରେ, ଯଦି ହାତକୁ ଭଲ ଭାବେ ନ ଧୁଅନ୍ତି,ତେବେ ଥଣ୍ଡା ହେବାର ଆଶଙ୍କା
ବଢିଥାଏ।

– ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ, ସେମାନେ ଶୀଘ୍ର ଥଣ୍ଡାର ଶିକାର ହୋଇଥାଆନ୍ତି। ଯଦି ଆପଣଙ୍କ ଶରୀରରେ ଜଳର ମାତ୍ରା ଠିକ୍ ନଥାଏ,ତେବେ ମଧ୍ୟ ଆପଣ ସହଜରେ ଥଣ୍ଡା ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି।

– ଯଦି କୌଣସି ସାମଗ୍ରୀ ପ୍ରତି ଆପଣଙ୍କର ଆଲର୍ଜି ରହିଛି ଓ ତା’ର ଉପଯୋଗ ମଧ୍ୟ ଆପଣ କରୁଛନ୍ତି, ତେବେ ଥଣ୍ଡା ହେବାର ଆଶଙ୍କା ବଢିଯାଏ। ଯଦି ଏହି ସମସ୍ୟା ସାତ ଦିନ ମଧ୍ୟରେ ଠିକ୍ ନହୁଏ, ତେବେ ଏହାର ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ।

Leave A Reply