କନ୍ଧମାଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୨୫୦ କୋଟି ଟଙ୍କାର ଭେଟି

0

ଫୁଲବାଣୀ : ଫୁଲବାଣୀ ଯୁବ ସମାବେଶରେ କନ୍ଧମାଳବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। କନ୍ଧମାଳ ଜିଲାର ଉନ୍ନତି ପାଇଁ ୨୫୦ କୋଟି ଟଙ୍କା ମୁଲ୍ୟର ପ୍ରକଳ୍ପ ଘୋଷଣା କରିଛନ୍ତି। ଏଥି ମଧ୍ୟରେ ଖମନଖୋଲ-ଗାଡିମସ୍କା ରାସ୍ତାର ଉନ୍ନତି ପାଇଁ ୭କୋଟି ଟଙ୍କା, ବାଲିଗୁଡା ବିଜ୍ଞାପିତ ଅଞ୍ଚଳକୁ ପାଇପ ପାଣି ଯୋଗାଇଦେବାକୁ ମୋଟ ୮କୋଟି ଟଙ୍କା ବ୍ୟୟ ବ୍ୟୟ ବରାଦ କରାଯାଇଛି।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଓ ବୌଦ୍ଧ ଜିଲାର ବିଜୁ ଯୁବ ବାହିନୀ କର୍ମୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

Leave A Reply