ପ୍ରକଳ୍ପ ବାବଦରେ କେନ୍ଦ୍ର ଉପରେ ବାକି ଅଛି ୬୪୦୦ କୋଟି: ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଓଡ଼ିଶାରେ କେନ୍ଦ୍ର ସରକାରଙ୍କର ଅଧା ପଡ଼ି ରହିଥିବା କେତେକ ପ୍ରକଳ୍ପ ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା ହୋଇଛି ।  ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦରେ ୬୪୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ବାକି ପଡ଼ିଛି। ଗୃହ ନିର୍ମାଣ ବାବଦରେ ୧୦୦୦ କୋଟି ଟଙ୍କା, ସ୍ୱାସ୍ଥ୍ୟ ନିମନ୍ତେ ୩୭୫ କୋଟି ଟଙ୍କା, ଏନ୍‌ଆର୍‌ଇଜିଏସ୍‌ରେ ୪୦୦ କୋଟି ଟଙ୍କା ଓ କୃଷି ଲାଗି ୬୫୦ କୋଟି ଟଙ୍କା ଏବଂ ପାନୀୟ ଜଳ ପାଇଁ ୧୦୦ କୋଟି ଟଙ୍କା ବକେୟା ରହିଛି । ସେହିପରି ସ୍ମାର୍ଟ ସିଟିରୁ ଦାରିଦ୍ର୍ୟ ହଟାଇବା ପାଇଁ ୨୦୦ କୋଟି ଟଙ୍କାର ଅନୁଦାନରୁ ମାତ୍ର ୬ କୋଟି ଟଙ୍କା ଦିଆଯାଇ ଥିବା ବେଳେ ୧୯୪ କୋଟି ଟଙ୍କା ବକେୟା ରହିଛି । ଉପରୋକ୍ତ ବିଭାଗର ବକେୟା ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟଗୁଡ଼ିକ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ମୁଖ୍ୟ  ଆବାସିକ କମିସନର ସୁନୀଲ ଭାର୍ଗବ ଓ ପ୍ରମୁଖ ସଚିବ ରାଜେଶ ବର୍ମା ଏହି ବୈଠକରେ ଉପସ୍ଥିତ ଥିଲେ ।

Leave A Reply