ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ମୃତ,୧୨ଗୁରୁତର

0

ଭିଲାଇ: ବିଏସପି(ଭିଲାଇ ଷ୍ଟିଲ ପ୍ଲାଣ୍ଟ)ରେ ଏକ ଗ୍ୟାସ ପାଇପରେ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଛି। ବିସ୍ଫୋରଣରେ୯ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇ ଥିବାବେଳେ ୧୨ଜଣ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କାରଖାନାର କର୍ମଚାରୀ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ମଙ୍ଗଳବାର ସକାଳ ୧୧ଟାରେ ପ୍ଲାଣ୍ଟର ମରାମତି କାର୍ଯ୍ୟ ଚାଲିଥିବାବେଳେ ପାଇପ ଲାଇନରେ ୱେଲଡିଂ କରାଯାଉ ଥିଲା। ଦୁର୍ଘଟଣାବଶତଃ ୱେଲଡିଂର ନିଆଁ ପାଇପ ଭିତରେ ଥିବା ଗ୍ୟାସ ସଂସ୍ପର୍ଶରେ ଆସିଯିବାରୁ ବିସ୍ଫୋରଣ ହୋଇଥିଲା। ଦୁର୍ଗ ଆଇଜି ଜିପି ସିଂହଙ୍କ ସୂଚନା ମୁତାବକ ଘଟଣାସ୍ଥଳରେ ୨୪ଜଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ନିଖୋଜ ଅଛନ୍ତି। ୨୦୧୪ ଜୁନରେ ମଧ୍ୟ ଭିଲାଇ ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଦ୍ୱାରା ୨ଜଣ ମହାପ୍ରବନ୍ଧକଙ୍କ ସମେତ ୬ଜଣ ପ୍ରାଣ ହରାଇ ଥିଲେ। ଏହି ଘଟଣାରେ ୪୦ଜଣ ଆହତ ହୋଇଥିଲେ।

Leave A Reply