ପ୍ରଥମ ଟେଷ୍ଟ ଖେଳିବେନି କେମାର ରୋଚ୍‍

0

ରାଜକୋଟ : ଆସନ୍ତା ୪ରୁ ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେଉଥିବାବେଳେ ୱେଷ୍ଟଇଣ୍ଡିଜର ଫାଷ୍ଟ ବୋଲର କେମାର ରୋଚ୍‍ ଏହି ଟେଷ୍ଟରେ ଖେଳିବେ ନାହିଁ ବୋଲି ଜଣାପଡିଛି। ଜେଜେମାଙ୍କ ପରଲୋକ ଖବର ଶୁଣିବାପରେ କେମାର ସ୍ୱଦେଶ ଫେରିଯାଇଛନ୍ତି। ତେବେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ କେମାର ଭାରତ ଫେରିଆସିବେ ବୋଲି ଇଣ୍ଡିଜ ପ୍ରଶିକ୍ଷକ ଷ୍ଟୁଆର୍ଟ ଲ ସୂଚନା ଦେଇଛନ୍ତି। କେମାରଙ୍କ ଅନୁପସ୍ଥିତିରେ ପ୍ରଥମ ଟେଷ୍ଟରେ ସାନନ୍‍ ଗାବ୍ରିଏଲ, ଅଧିନାୟକ ଜାସନ ହୋଲଡର ଓ କିମୋ ପଲ୍‍ ଦଳୀୟ ଫାଷ୍ଟ ବୋଲିଂ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି। କେମାର ଇଣ୍ଡିଜ ପକ୍ଷରୁ ୪୮ଟି ଟେଷ୍ଟ ଖେଳି ୧୬୩ଟି ୱିକେଟ ଅକ୍ତିଆର କରିସାରିଛନ୍ତି।

Leave A Reply