କ୍ୟାଶ୍‌ ଭ୍ୟାନର ସୁରକ୍ଷା କର୍ମୀଙ୍କୁ ଗୁଳି କରି ୫୨ ଲକ୍ଷ ଟଙ୍କା ଲୁଟ୍‌

0

ମୁଜାଫରପୁର . –  ବିହାରର ମୁଜାଫରପୁରରେ   ଦୁର୍ବୃତ୍ତମାନେ ଏକ କ୍ୟାଶ୍‌ ଭ୍ୟାନରୁ ୫୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏକ ଧଳା ରଙ୍ଗର ଏସ୍‌ୟୁଭି ଗାଡିରେ ୫ ଜଣ ଅପରାଧି ଆସି ଏକ କ୍ୟାଶ୍‌ ଭ୍ୟାନକୁ ରୋକିଥିଲେ । ସେମାନେ  ଟଙ୍କା ଲୁଟିବା ପାଇଁ ଉଦ୍ୟମ କରିବା ବେଳେ ସେଥିଲେ ଥିବା ସୁରକ୍ଷା କର୍ମୀ ଏହାର ବିରୋଧ କରିଥିବା ପ୍ରାଥମିକ ସୂଚନା ମିଳିଛି ।

ଏହାପରେ ଜଣେ ଦୁର୍ବୃତ୍ତ ସୁରକ୍ଷା କର୍ମୀଙ୍କୁ ଗୁଳିକରି ଆହତ କରିଥିଲା । ପରେ କ୍ୟାଶ୍‌ ଭ୍ୟାନରେ ଥିବା ୫୨ ଲକ୍ଷ ଟଙ୍କୁ ଲୁଟି ନେଇ ଏମାନେ ଫେରାର ହୋଇଯାଇଥିଲେ । ଆହତ ସୁରକ୍ଷା କର୍ମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳକୁ ୨ ଟି ଅଫୁଟା ଗୁଳି ଉଦ୍ଧାର କରାଯାଇଛି ।

Leave A Reply