କାର ଚଳାଉଥିବା ବେଳେ ଭିଡିଓ ଉତ୍ତୋଳନ କରି ଯୁବକ ମୃତ

0

ଶିମଲା:  ଗାଡି ଚଳାଉଥିବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର  ନ କରିବା ପାଇଁ ବାରମ୍ବାର ସତର୍କ ସୂଚନା ଦିଆଯାଇଛି । ଏହି ସମୟରେ ସେଲ୍‌ଫି ନେବା କିମ୍ବା ଭିଡିଓ ଉତ୍ତୋଳନ କରିବା ଆହୁରି ବିପଦପୂର୍ଣ୍ଣ । ଏପରି ଏକ ଘଟଣା ଉତ୍ତରାଖଣ୍ଡରେ ଘଟିଛି ।

ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ କାର୍‌ ଚଳାଉଥିବା ବେଳେ ଜଣେ ୨୮ ବର୍ଷିୟ ଯୁବକ ତାହାର ଭିଡିଓ ଉତ୍ତୋଳନ କରୁଥିଲେ ।  ୨୮ ବର୍ଷିୟ ଦୀପୁ କୁଅଁର କାର୍‌ ଚଳାଇବା ସହ ଏହାର ଭିଡିଓ ଉତ୍ତୋଳନ କରୁଥିଲେ । ତାଙ୍କ ସହ ତାଙ୍କର ସାଙ୍ଗ ସଞ୍ଜୁ ସିଂ ଓ ଅନ୍ୟ ଦୁଇଜଣ ସାଙ୍ଗ  ଥିଲେ । ଏତିକି ବେଳେ କାର୍ ଟି ଏକ ଖାଇ ଭିତରକୁ ଖସି ପଡିଥିଲା । ଘଟଣାସ୍ଥଳରେ ଦୀପୁଙ୍କର ମୃତ୍ୟୁ ହୋଇଥିବା ବେଳେ ସଞ୍ଜୁ ସିଂ ଗୁରୁତର ହୋଇଥିଲେ ।

Leave A Reply