ଉତ୍ତର କାଲିଫର୍ଣ୍ଣିଆରେ ଭୟାବହ ଅଗ୍ନିକାଣ୍ଡ; ୯ ମୃତ

0

କାଲିଫର୍ଣ୍ଣିଆ : ଜଙ୍ଗଲରେ ଲାଗିଥିବା ଭୟାବହ ନିଆଁ ଉତ୍ତର କାଲିଫର୍ଣ୍ଣିଆର କେତେକ ସହରକୁ ବ୍ୟାପି ଯାଇଛି । ଏଥିରେ ପାରାଡାଇଜ୍ ସହର ପୁରା ଧ୍ବସଂ ହୋଇଯାଇଥିବା ଜଣାପଡିଛି । କାଲିଫର୍ଣ୍ଣିଆ ଅଗ୍ନିଶମ ବିଭାଗ ସୂଚନା ଅନୁଯାୟୀ, ୬୫ ହଜାରରୁ ଅଧିକ ଘର ଅଗ୍ନିକାଣ୍ଡରେ ଭସ୍ମ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଏକ ସହରର ୮୦% ରୁ ୯୦% ନଷ୍ଟ ହୋଇଥିବା ବେଳେ ମାତ୍ର ୧୦% ରୁ ୨୦% ଘର ସୁରକ୍ଷିତ ଭାବେ ବର୍ତ୍ତି ଯାଇଛି । ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା  ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ କାର ମଧ୍ୟରୁ, ଜଣଙ୍କୁ କାର ବାହାରୁ ଏବଂ ଅନ୍ୟ ମାନଙ୍କୁ ଘରୁ ଉଦ୍ଧାର କରାଯାଇଛି ।

Leave A Reply