୪ ଦଫା ଦାବିରେ ରାଜ୍ୟବ୍ୟାପୀ ସରକାରୀ ବସ ଚଳାଚଳ ବନ୍ଦ

0

ବ୍ରହ୍ମପୁର: ୪ ଦଫା ଦାବିରେ ରାଜ୍ୟବ୍ୟାପୀ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ କର୍ମଚାରୀ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ମହାସଂଘ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ସରକାରୀ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟବନ୍ଦ ଓ ଚକା ବନ୍ଦ ଆନ୍ଦୋଳନ ୩ ଦିନ ଧରି ଚାଲିବ। ନିଗମରେ କାର୍ୟ୍ୟରତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା, ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ସୁପାରିଶ ଲାଗୁ କରିବା ଓ କର୍ମଚାରୀଙ୍କ ଉପରେ ଆକ୍ରୋଶ ମୂଳକ କାର୍ୟ୍ୟାନୁଷ୍ଠାନ ବନ୍ଦ କରିବା ଭଳି ୪ ଦଫା ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି। ବ୍ରହ୍ମପୁର ଡିଭିଜନ କାର୍ୟ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଗଣ ଧାରଣାରେ ବସିଛନ୍ତି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଟ୍ରେନ ସଂଯୋଗ ନଥିବା ଯୋଗୁଁ ସରକାରୀ ବସ ଚଳାଚଳ ବନ୍ଦ ଆନ୍ଦୋଳନ ଫଳରେ ସାଧାରଣ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।

Leave A Reply