ମହାନଦୀ ପୋଲରୁ ବସ ଖସିବା ଘଟଣା : ଡ୍ରାଇଭର ନାମରେ ମାମଲା ରୁଜୁ

0

କଟକ : ମହାନଦୀ ପୋଲରୁ ବସ ଖସିବା ଘଟଣାରେ ଡ୍ରାଇଭର ନାମରେ ମାମଲା ରୁଜୁ କରାଯାଇଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଡ୍ରାଇଭରଙ୍କ ନାମ ଖଗେଶ୍ବର ମୁଦୁଲି। ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ବଡ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ଜଗନ୍ନାଥ ନାମକ ଏକ ବସ ଜଗତପୁର ନିକଟରେ ମହାନଦୀ ପୋଲରୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୪୨ଜଣ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

Comments
Loading...