ବସ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

0

ବାଲେଶ୍ୱର: ଖନ୍ତାପଡା ଥାନା ନିକଟରେ ବସ ଭାରସାମ୍ୟ ହରାଇ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲା ଖନ୍ତାପଡା ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୌଡୁଣି ପୋଖରୀ ନିକଟରେ ବାରିପଦା ଯାଉଥିବା ଖୁସି ନାମକ ଏକ ବସ ଭାରସାମ ହରାଇ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସାଇକେଲ ଆରୋହୀ ସଞ୍ଜିତ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply