ଦୁଇ ବସ୍‍ ମଝିରେ ଚାପି ହୋଇଗଲା କାର୍‍; ଜେଜେ ମା, ନାତି ମୃତ

0

ନୂଆଦିଲ୍ଲୀ : ଉତ୍ତରପୂର୍ବ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜେଜେ ମା ଲୀଳାବତୀ ଗାର୍ଗ (୭୮) ଓ ତାଙ୍କ ନାତି ଅମିତ କୁମାର ଗାର୍ଗ (୩୧)ଙ୍କର ମୃତ୍ୟୁ ହୋଇଛି। ଲୀଳାବତୀ ଓ ଅମିତ ଏକ ଆଇଟେନ୍‍ କାରରେ ଯାଉଥିବାବେଳେ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୩୦ରେ ଦୁର୍ଗାପୁରୀ-ତାହିରପୁର ରୋଡରେ ଦୁର୍ଘଟଣା ହୋଇଥିଲା। କାର୍‍ଟି ଦୁଇଟି ବସ୍‍ ମଝିରେ ଚାପି ହୋଇଯାଇଥିଲା। କାର୍‍ର ଆଗ ସିଟ୍‍ରେ ବସିଥିବା ଜେଜ ମା ଓ ନାତି ଚାପି ହୋଇ ପ୍ରାଣ ହରାଇଥିଲେ। କାର୍‍ଟି ଏପରି ଚାପି ହୋଇଯାଇଥିଲା ଯେ ପୁଲିସ ଗ୍ୟାସ କଟରରେ କାରଟିକୁ କାଟି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ କହିବା ଅନୁଯାୟୀ ଦୁର୍ଗାପୁରୀ ପଟୁ ଆସୁଥିବା କ୍ଳଷ୍ଟର ବସ୍‍ଟି କାରଟିକୁ ପ୍ରଥମେ ଧକ୍କା ଦେବା ପରେ ଏହା ଠେଲି ହୋଇଆସି ଅନ୍ୟ ବସ୍‍ ସହ ଚାପି ହୋଇଯାଇଥିଲା।

Leave A Reply