ଦୁଇଜଣ  ପିଲାଙ୍କୁ  ବଞ୍ଚାଇବାରୁ ଯାଇ ବସ୍‌ ଡ୍ରାଇଭର୍‌ ମୃତ

0

ମୁମ୍ବାଇ:  ଜମିଥିବା  ବର୍ଷା ପାଣିରେ ଦୁଇଟି ଛୋଟ ପିଲା ବୁଡିଯାଉଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ରୋତରେ ପଡିଯାଇ ବୁଡି ଯିବାରୁ ଜଣେ ବସ୍‌ ଡ୍ରାଇଭର୍‌ ମୃତ୍ୟୁ ବରଣ କରିଛନ୍ତି । ମାତ୍ର ତାଙ୍କରି ଚେଷ୍ଟା ଯୋଗୁଁ ୨ଟି ନୀରିହ ଜୀବନ ବଞ୍ଚି ଯାଇଛି ।

ପ୍ରକାଶ ବଲୁ ପାଟିଲ୍‌ ନାମକ ବ୍ୟକ୍ତି ଏକ ସ୍କୁଲ ବସ୍‌ ଚଳାନ୍ତି ।  ସେ ବିରାର ସ୍କୁଲର ବସ୍‌କୁ ପ୍ରତିଦିନ ଚଳାଇ ଥାଆନ୍ତି । ମଙ୍ଗଳବାରରେ ସେ ସ୍କୁଲ ପିଲମାନଙ୍କୁ ନେଇ ଯାଉଥିଲେ  । ଏତିକି ବେଳେ ପ୍ରବଳ ବର୍ଷା ଯୋଗୁଁ ପାଣି ଜମିଥିବାରୁ ଏକ ନାଳରେ ବସ୍‌ଟି ଫସି ଯାଇଥିଲା। ୨ ଜଣ ପିଲା ବସ୍‌ରୁ ଓହ୍ଲାଇ ବର୍ଷା ପାଣିରେ ଖେଳିବାରେ ଲାଗିଥିଲେ । ମାତ୍ର  ହଠାତ୍‌ ପ୍ରଖର ସୋତ୍ରରେ ସେମାନ ଭାସିଯିବାକୁ ଲାଗିଥିଲେ । ମାତ୍ର ବସ୍‌ ଡ୍ରାଇଭର୍‌ ଏହା ଦେଖିବା ମାତ୍ରେ  ବସ୍‌ରୁ ଡେଇଁ ପଡିବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ସେ  ପିଲା ଦୁହିଁକୁ  ବଞ୍ଚାଇବାରେ ସଫଳ ହେବାପରେ ପ୍ରଖର  ସୋତ୍ରରେ ନିଜର ଭାରସାମ୍ୟ ହରାଇବା ସହ ପଡିଯାଇଥିଲେ । ଏଥିଯୋଗୁଁ ସେ ଭାସି ଯାଇଥିଲେ ।  ପରେ ତାଙ୍କର ପତ୍ତା ମିଳି ନ ଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କ ମୃତଶରୀର ଉଦ୍ଧାର କରିଥିଲେ । ତାଙ୍କର ତିନୋଟି ପିଲା ଓ ପତ୍ନୀ ଅଛନ୍ତି । ମାତ୍ର ୨ଟି ନିରୀହ ଜୀବନ ବଞ୍ଚାଇବା ପାଇଁ ତାଙ୍କର ନିଜ  ଜୀବନ ଚାଲିଯାଇଛି ।

Leave A Reply