ୟୋର୍କର ପକାଇବାର ରହସ୍ୟ ଖୋଲିଲେ ବୁମରା

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ପେସ ବୋଲର ଯଶପ୍ରୀତ ବୁମରା ୟୋର୍କର ବଲ ପକାଇବାରେ ମାହିର। ତାଙ୍କର ସ୍ବତନ୍ତ୍ର ବୋଲିଂ ଷ୍ଟାଇଲ ଏବଂ ୟୋର୍କର ପାଇଁ ସେ ବେଶ୍‌ ପରିଚିତ। ଅନେକ ଥର ସେ ନିଜ ୟୋର୍କର ବଲରେ କ୍ରିଜରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବା ସହ ଭାରତ ପାଇଁ ଉଇକେଟ ନେବାରେ ସଫଳ ହୋଇଛନ୍ତି। ତେବେ ୟୋର୍କର ପକାଇବାରେ ତାଙ୍କର ରହିଥିବା ଦକ୍ଷତାର ରହସ୍ୟ ଖୋଲିଛନ୍ତି ଏହି ଯୁବ ବୋଲର ଜଣକ।

ସେ କହିଛନ୍ତି, ପିଲାବେଳେ ସେ ଅଧିକାଂଶ ସମୟରେ ଟେନିସ ବଲ କ୍ରିକେଟ ଖେଳିଛନ୍ତି। ଏହା ହିଁ ତାଙ୍କୁ ପରଫେକ୍ଟ ୟୋର୍କର ପକାଇବାରେ ସହାୟତା କରୁଛି। ଏବେ ବି ସେ ୟୋର୍କର ପକାଇବାର ଅଭ୍ୟାସ ଜାରି ରଖିଛନ୍ତି। କେବଳ ଟେନିସ ବଲରେ ଅଭ୍ୟାସ ଦ୍ବାରା ଜଣେ ଭଲ ଭାବେ ବୋଲିଂ କରିପାରିବ ବୋଲି ବୁମରା ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି। ସେ ଆହୁରି କହିଛନ୍ତି, ବୋଲିଂ ସମୟରେ ଯେଉଁ କେତେକ ଛୋଟ ଛୋଟ ତ୍ରୁଟି ହେଉଛି, ତାହାକୁ ସୁଧାରିବାକୁ ସେ ପ୍ରୟାସ କରୁଛନ୍ତି। ଏଥିପାଇଁ ସେ ନିୟମିତ ସମୟ ଦେବା ସହ ଅଭ୍ୟାସ କରୁଛନ୍ତି। ବଲର ଲାଇନ ଲେନ୍ଥ ଏବଂ ବାଉନ୍ସ କିପରି ଠିକ ରହିବ ସେ ତାହାକୁ ପ୍ରାଥମିକତା ଦେଇଥାନ୍ତି। ବର୍ତ୍ତମାନ କ୍ରିକେଟର ୩ଟି ଫର୍ମାଟରେ ଖେଳ ଚାଲିଛି। ପ୍ରତି ଫର୍ମାଟ ପ୍ରତ୍ୟେକଠାରୁ ଭିନ୍ନ। ତେଣୁ ପ୍ରତି ଖେଳରେ ସ୍ଥାୟୀତ୍ଵ ରଖିବାକୁ ହେଲେ ସ୍ଥିର ଭାବେ ଅଭ୍ୟାସ କରିବାକୁ ହେବ।

Leave A Reply