ବୁଖାରିଙ୍କ ହତ୍ୟା ପ୍ରତିବାଦ: କାଶ୍ମୀର ଖବରକାଗଜରେ ସମ୍ପାଦକୀୟ ସ୍ଥାନ ଖାଲି

0

ନୂଆଦିଲ୍ଲୀ : ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରିଙ୍କ ହତ୍ୟା ଘଟଣାର ପ୍ରତିବାଦରେ ଜାମ୍ମୁ କାଶ୍ମୀରର ପ୍ରମୁଖ ଖବରକାଗଜଗୁଡିକ ମଙ୍ଗଳବାର ସଂସ୍କରଣରେ ନିଜ ନିଜର ସମ୍ପାଦକୀୟ ସ୍ତମ୍ଭ ଖାଲି ରଖିଛନ୍ତି। କୌଣସି ମୁଦ୍ରଣ ଗଣମାଧ୍ୟମ ଏଭଳି ପ୍ରତିବାଦ ଜଣାଇବାରେ ବିଗତ ଏକ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଘଟଣା। ଜୁନ୍‍ ୧୪ରେ କିଛି ଦୁର୍ବୃତ୍ତ ବୁଖାରିଙ୍କୁ ତାଙ୍କ କାର୍ଯ୍ୟାଳୟ ବାହାରେ ହତ୍ୟା କରିଥିଲେ। ଇଦ୍‍ ଉପଲକ୍ଷେ ରାଜ୍ୟର ସମସ୍ତ ଖବରକାଗଜ ସଂସ୍ଥାଗୁଡିକରେ ଦୁଇ ଦିନ ଛୁଟି ଥିଲା। ଏଣୁ ଇଂରାଜୀ ଖବରକାଗଜ ଗ୍ରେଟର କାଶ୍ମୀର, କାଶ୍ମୀର ରିଡର, କାଶ୍ମୀର ଅବ୍‍ଜରଭର ଓ ରାଇଜିଂ କାଶ୍ମୀର ଏବଂ ଉର୍ଦ୍ଦୁ ଖବରକାଗଜ ଡେଲି ତାମଲୀଲ ମଙ୍ଗଳବାର ସଂସ୍କରଣରେ ସମ୍ପାଦକୀୟ ମୁଦ୍ରଣ ନ କରି ଏହି ପ୍ରତିବାଦ ଜଣାଇଛନ୍ତି। ଇଦ୍‍ ପୂର୍ବ ରାତିରେ ବୁଖାରିଙ୍କୁ ହତ୍ୟା କରାଯିବା ଘଟଣାକୁ ଏହି ଖବରକାଗଜଗୁଡିକୁ କଡ଼ା ନିନ୍ଦା କରିଛନ୍ତି।

Leave A Reply