ସେନା ଦିବସରେ ସୈନିକ ସହିଦ; ପାକିସ୍ତାନୀ ସ୍ନାଇପର୍‌ ଗୁଳିରେ ବିଏସ୍‌ଏଫ୍‌ ଯବାନ ସହିଦ

0

ଜମ୍ମୁ: ମଙ୍ଗଳବାର ସେନା ଦିବସରେ ଜଣେ ସୈନିକଙ୍କୁ ହରାଇଛି ଭାରତ । ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟର ସୀମାନ୍ତରେ ପାକିସ୍ତାନୀ ସ୍ନାଇପର୍‌ ଆକ୍ରମଣରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି । ସହିଦ ବିଏସ୍‌ଏଫ୍‌ ଯବାନ୍ ହେଉଛନ୍ତି ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ବିନୟ ପ୍ରସାଦ । ମଙ୍ଗଳବାର ପୂର୍ବାହ୍ନ ଅନ୍ତରାଷ୍ଟ୍ରୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ଦଳ ସହ ଯାଉଥିବା ବେଳେ ପାକିସ୍ତାନୀ ସ୍ନାଇପର୍‌ ଆତର୍କିତ ଭାବେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ବିନୟ ପ୍ରସାଦଙ୍କ ଦେହରେ ବହୁସଂଖ୍ୟକ ଗୁଳି ବାଜିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି  ।

Leave A Reply