ରାଜଧାନୀରୁ ବ୍ରାଉନ ସୁଗାର ଜବତ, ୨ ଗିରଫ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏବେ ବ୍ରାଉନ୍‌ ସୁଗାର ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ଶୁକ୍ରବାର ଭୁବନେଶ୍ୱର ସାଲିଆ ସାହିରୁ ପୁଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇଁ କମିଶନରେଟ୍ ପୁଲିସ୍‌ ସାଲିଆ ସାହିରେ ଚଢଉ କରିଥିଲା। ଚଢ଼ଉ ବେଳେ ୧୯୫ ଗ୍ରାମ ବ୍ରାଉନ୍‌ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହା ସହ ନଗଦ ଟଙ୍କା ମଧ୍ୟ ପୁଲିସ ଜବତ କରିଛି। ବ୍ରାଉନ ସୁଗାର କାରବାର ଅଭିଯୋଗରେ କମିଶନରେଟ୍ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇ ଜଣ ବାଲେଶ୍ୱର ଓ ହାୱଡାରୁ ବ୍ରାଉନ୍‌ ସୁଗାର ଆଣି ଖୋର୍ଦ୍ଧା ଓ ଭୁବନେଶ୍ୱରରେ ବିକୁଥିଲେ ବୋଲି ଜଣାପଡ଼ିଛି।

Leave A Reply