ତମ୍ବା ଧାତୁର ଉପକାରିତା

0

ପ୍ରତ୍ୟେକ ଧାତୁର କିଛି ନା କିଛି ବିଶେଷ ଗୁଣ ରହିଛି । ଧାତୁ ବ୍ୟବହାରରୁ ମଣିଷ ଜୀବନରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପଡୁଥିବାରୁ ଲୋକେ ଧାତୁ ବ୍ୟବହାର ଉପରେ ଧ୍ୟାନ ଦେଇଥାନ୍ତି । କିଛି ଧାତୁରେ ନିର୍ମିତ ଥାଳିରେ ଖାଦ୍ୟ ଖାଇବା ଦ୍ବାରା ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ବିଶ୍ବାସ ରହିଛି । ଧାତୁ ମଧ୍ୟରେ ସୁନା ଓ ରୁପା ସୌନ୍ଦର୍ୟ୍ୟ ଏବଂ ଶାରୀରିକ ଶୋଭା ବର୍ଦ୍ଧନକାରୀ ହୋଇଥିଲା ବେଳେ ତମ୍ବା ଖାଦ୍ୟ ଓ ପାନୀୟ ପାଇଁ ସ୍ବତନ୍ତ୍ର ବୋଲି ଧରାଯାଏ । କୁହାଯାଏ ତମ୍ବା ପାତ୍ରରେ ଖାଦ୍ୟ ଖାଇଲେ ଓ ପାଣି ପିଇଲେ ସ୍ମରଣ ଶକ୍ତି ବଢିଥାଏ । ଷ୍ଟିଲ ଓ କାଚ ପାତ୍ର ଦେଖିବାକୁ ସୁନ୍ଦର ଓ ଶସ୍ତା ହୋଇଥିବାରୁ ପ୍ରାୟ ଏହି ଧାତୁରେ ନିର୍ମିତ ପାତ୍ର ବ୍ୟବହାର କରୁଛନ୍ତି । ପ୍ରାଚୀନ କାଳରେ ବ୍ୟବହୃତ ତମ୍ବା ପାତ୍ର ଏବେ ପ୍ରାୟ ଲୋପ ପାଇଲାଣି । ଲୋକେ ନିଜର ମାନସିକତାରେ ପରିବର୍ତ୍ତନ କରି ତମ୍ବା ପାତ୍ର ବ୍ୟବହାର କଲେ ଅଳ୍ପଦିନ ମଧ୍ୟରେ ଏହାର ଉପକାରିତା ଅନୁଭବ କରିପାରିବେ । ତମ୍ବାରେ ଥିବା ସ୍ବତନ୍ତ୍ର ଗୁଣ ମାନସିକ ବିକାଶ ଉପରେ ଭଲ ପ୍ରଭାବ ପକାଇଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇଥାଏ ବୋଲି ଅନେକ ବିଜ୍ଞାନୀ ମତବ୍ୟକ୍ତ କରିଛନ୍ତି । କେତେକ ଗବେଷଣାରୁ ମଧ୍ୟ ଏହା ପ୍ରମାଣିତ ହୋଇଛି । ଏହାବାଦ୍ ତମ୍ବା ଶରୀର ଓ ଗ୍ରହଶାନ୍ତି ପାଇଁ ଉତ୍କୃଷ୍ଟ ଧାତୁ ବୋଲି କୁହାଯାଏ । ତେଣୁ ତମ୍ବା ବ୍ୟବହାରକୁ ଅଧିକ ଗୁରୁତ୍ବ ଦେବାକୁ ଅନେକ ବାସ୍ତୁଶାସ୍ତ୍ର ବିଶାରଦ ମତବ୍ୟକ୍ତ କରିଛନ୍ତି ।

Leave A Reply