ଭୁଶୁଡିଲା ବ୍ରିଜ, କୁଜାସିଂ-ପାରଳାଖେମୁଣ୍ଡି ଯୋଗାଯୋଗ ବିଚ୍ଛିନ୍ନ

0

ରାୟଗଡ/ଗଜପତି: ଗଜପତି ଜିଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ନିକଟରେ ଏକ ବ୍ରିଜ ଭୁଶୁଡି ପଡିଛି। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ତିନି ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି। ସେମାନେ ହେଲେ ପବିତ୍ର ଗମାଙ୍ଗୋ(୩୦), ଲୋକମଣ୍ଡଳ(୧୭) ଓ ଭୀମା ମଣ୍ଡଳ(୧୫)। ଆହତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବ୍ରିଜ ଭୁଷୁଡି ଯିବା ଫଳରେ କୁଜାସିଂ ଏବଂ ପାରଳାଖେମୁଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାୟଗଡା ତହସିଲଦାର ଜନତା ଭୂୟାଁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନରେ ଦୁଇ ବର୍ଷ ତଳେ ଏହି ବ୍ରିଜର ପୁନରୁଦ୍ଧାର କରାଯାଇଥିଲା।

Leave A Reply