ଆଜି ଉଦଘାଟନ ହେବ ବମିଖାଲ ଓଭରବ୍ରିଜ

0

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ବମିଖାଲ ଓଭରବ୍ରିଜ ବୁଧବାରଠାରୁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଓଭରବ୍ରିଜକୁ ଆଲୋକମାଳାରେ ସଜାଯାଇଛି। ପୂର୍ବରୁ ଦୁଇ ଦୁଇ ଥର ଅଘଟଣ ଘଟି ୨ଜଣଙ୍କ ଜୀବନ ଯିବା ଘଟଣାକୁ ନେଇ ଏହି ଓଭରବ୍ରିଜ ଚର୍ଚ୍ଚାରେ ରହିଆସିଛି। ଓଭରବ୍ରିଜ ନିର୍ମାଣରେ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୧୨ରୁ ଓଭରବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୪ରେ ଏହା ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ନିର୍ମାଣ ସରିବାକୁ ୭ବର୍ଷ ଲାଗିଯାଇଛି। ଆପ୍ରୋଚରୋଡକୁ ମିଶାଇ ଓଭରବ୍ରିଜର ଲମ୍ବ ୧୫୪୧ ମିଟର ରହିଥିବା ବେଳେ ଓସାର ୭.୫ ମିଟର ରହିଛି।

Leave A Reply