ଦେଶର ଦୀର୍ଘତମ ସେତୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତମ ବ୍ରିଜ୍‍ ବୋଗିବିଲ୍‍କୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶିଳନ୍ୟାସ ହେବାର ୨୧ ବର୍ଷ ପରେ ବ୍ରହ୍ମପୁତ୍ର ନଦୀ ଉପରେ ନିିର୍ମିତ ୪.୯୪ କିମି ଦୈର୍ଘ୍ୟବିଶିଷ୍ଟ ଏହି ବ୍ରିଜ୍‍କୁ ଦେଶବାସୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି।
୧୯୯୭ ଜାନୁଆରୀରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍‍ ଡି ଦେବେଗୌଡ଼ା ଏସିଆର ଏହି ଦ୍ୱିତୀୟ ସର୍ବବୃହତ୍ତମ ବ୍ରିଜ୍‍ର ଶିଳାନ୍ୟାସ କରିଥିବା ବେଳେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ୨୦୦୨ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୧ ବର୍ଷର ପ୍ରତୀକ୍ଷା ଓ ଚାରିଜଣ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିବା ପରେ ନରେନ୍ଦ୍ର ମୋଦୀ ବୋଗିବିଲ୍‍ ବ୍ରିଜ୍‍କୁ ଉଦ୍‍ଘାଟନ କରିବାର ସୌଭାଗ୍ୟ ଲାଭ କରିଛନ୍ତି।

ନିର୍ମାଣ

ଆସାମର ଦିବ୍ରୁଗଡ଼ ଜିଲାର ବ୍ରହ୍ମପୁତ୍ର ନଦୀରେ ସାଉଥ୍‍ ବ୍ୟାଙ୍କ ସହିତ ଅରୁଣାଚଳ ପ୍ରଦେଶର ଧେମାଜୀ ଜିଲାର ଶିଳାପଥର ସହିତ ଏହି ବ୍ରିଜ୍‍ ସଂଯୋଗ କରିବ। ଡବଲ୍‍ ଡେକର ବା ଦୁଇ ଥାକିଆ ବ୍ରିଜ୍‍ର ଉପର ଭାଗରେ ତିନି ଲେନ୍‍ ବିଶିଷ୍ଟ ସଡ଼କ ପଥ ଏବଂ ତଳ ଭାଗରେ ଦୁଇ ଲେନ୍‍ ବିଶିଷ୍ଟ ଟ୍ରେନ୍‍ ଲାଇନ୍‍ ରହିଛି। ହାଇଦ୍ରାବାଦ୍‍ର ନବଯୁଗ ଇଞ୍ଜିନିୟରିଂ କୋ ଏହି ବ୍ରିଜର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି। ବ୍ରିଜ୍‍ର ନିର୍ମାଣ ପାଇଁ ୫,୯୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବ୍ରିଜ୍‍ରେ ୮୦ ହଜାର ଟନ୍‍ର ଷ୍ଟିଲ୍‍ ପ୍ଲେଟ୍‍ ଓ ୧ ହଜାର ଟନ୍‍ର ହାଇଡ୍ରୋଲିକ୍‍ ଜାକ୍‍ ବ୍ୟବହାର କରାଯାଇଛି। ଭୂମିକମ୍ପ ଓ ଅନ୍ୟ କୌଣସି ଦୁର୍ବିପାକ ଜନିତ ଦୁର୍ଘଟଣାରେ ମଧ୍ୟ ଆସନ୍ତା ୧୨୦ ବର୍ଷ ପର୍ଯ୍ୟନ୍ତ ବ୍ରିଜର କୌଣସି କ୍ଷତି ହେବ ନାହିଁ।

ଉପକାରିତା

ବ୍ରିଜ୍‍ ଦ୍ୱାରା ଆସାମ ଓ ଅରୁଣାଚଳ ପ୍ରଦେଶକୁ ଯାତାୟାତ ସମୟ ପ୍ରାୟ ୪ ଘଣ୍ଟା ହ୍ରାସ ପାଇବ। ସେହିପରି ଦିଲ୍ଲୀରୁ ଦେବ୍ରୁଗଡ଼ ଯାତ୍ରା ସମୟ ତିନି ଘଣ୍ଟା ହ୍ରାସ ପାଇବ। ହି ବ୍ରିଜ୍‍ ଦ୍ୱାରା ପୂର୍ବ ଭାରତକୁ ସଡ଼କ ପଥରେ ଦୂରତ୍ୱ ୧୬୫ କିମି ହ୍ରାସ ପାଇବାକୁ ଥିବା ବେଳେ ଦୈନିକ ଇନ୍ଧନ ଖର୍ଚ୍ଚ ୧୦ ଲକ୍ଷ ଟଙ୍କା ସଞ୍ଚୟ କରାଯାଇପାରିବ। ସିଆଚୀନ ସୀମାରେ ଯବାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ପ୍ରତିରକ୍ଷା ଉପକରଣ ତ୍ୱରିତ ପହଞ୍ଚାଇବାରେ ଏହି ବ୍ରିଜ୍‍ ସହାୟକ ହୋଇପାରିବ। ବ୍ରିଜ୍‍ ଉପରେ ଫାଇଟର ଜେଟ୍‍ ମଧ୍ୟ ଲ୍ୟାଣ୍ଡ କରିପାରିବ।

Leave A Reply