ବଜାରକୁ ଆସିଲା ବିଏମଡବ୍ଲ୍ୟୁ ‘ଏକ୍ସ-୧ ଡ୍ରାଇଭ-୨୦ଡି’

0

ନୂଆଦିଲ୍ଲୀ : ବିଶ୍ୱର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁ ନିଜର ନୂତନ ମଡେଲ ‘ଏକ୍ସ-୧ ଡ୍ରାଇଭ୨୦ଡି’ କାରର ବଜାର ପ୍ରବେଶ କରାଇଛି। ଏହାର ମୂଲ୍ୟ ଭାରତୀୟ ଟଙ୍କାରେ ୪୧.୫୦ଲକ୍ଷ ଟଙ୍କା ରହିଛି। ଏହି ନୂତନ ମଡେଲ କାରରେ ବିଭିନ୍ନ ସୁବିଧା ଉପଲବ୍ଧ ରହିଛି ଓ ଏହା ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ। ଏଥିରେ ପାର୍ଶ୍ବ ସ୍କର୍ଟ, କିଡନି ଗ୍ରିଲ, ଏଲଇଡି ହେଡଲ୍ୟାମ୍ପ ଆଦି ଉପକରଣ ଅଛି।
ଏଥିରେ ଟବ୍ରୋଚାର୍ଜ ଡିଜେଲର ଚାରି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ୍‍, ୧୮୭ ବିଏଚପି ଓ ୪୦୦ ନ୍ୟୁଟନ ମିଟର ଟର୍କ୍ୟୁ ରହିଛି। ଏହି ଇଞ୍ଜିନରେ ୮ଟି ସ୍ପିଡ ସଂୟଚାଳିତ ଗିୟରବକ୍ସ ଓ ସୁରକ୍ଷା ପାଇଁ ୬ଟି ଏୟାରବକ୍ସ, ଡାଇନାମିକ ଷ୍ଟାବିଲିଟି ଆଦି ସୁବିଧା ଉପଲବ୍ଧ ରହିଛି।

Leave A Reply