ବିନ୍ଦ୍ରାଙ୍କୁ ବ୍ଲୁ କ୍ରସ୍‍ ପଦକ

0

ନୂଆଦିଲ୍ଲୀ : ଭାରତୀୟ ତାରକା ସୁଟର ଅଭିନବ ବିନ୍ଦ୍ରାଙ୍କୁ ସମ୍ମାନଜନକ ଆଇଏସଏସଏଫ ବ୍ଲୁ କ୍ରସ୍‍ ପଦକ ମିଳିଛି। ସୁଟିଂ ଜଗତରେ ଏହି ପଦକକୁ ସବୁଠାରୁ ବଡ଼ ବୋଲି ପରିଗଣିତ ହୋଇଥାଏ। ଏହି ପଦକ ପାଇବାରେ ଅଭିନବ ହେଉଛନ୍ତି ପ୍ରଥମ ଭାରତୀୟ ସୁଟର। ଅଲିମ୍ପିକ୍‍ରେ ସ୍ୱର୍ଣ୍ଣ ପଦକ ଜିିତିଥିବା ଅଭିନବ ଏହି ସମ୍ମାନ ପାଇବା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପ୍ରଥମ ଭାରତୀୟ ସୁଟର ଭାବେ ଏହି ସମ୍ମାନ ପାଇଥିବାରୁ ସେ ବେଶ୍‍ ଖୁସି ଅଛନ୍ତି।

Leave A Reply