ମୁମ୍ବଇ ସମୁଦ୍ର ତଟରେ ନୀଳ ଜେଲିଫିସ୍‍ ଆତଙ୍କ, ୧୫୦ରୁ ଊର୍ଦ୍ଧ୍ବ ଆହତ

0

ମୁମ୍ବଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବଇ ସମୁଦ୍ର ତଟରେ ଏବେ ବିଷାକ୍ତ ନୀଳ ଜେଲିଫିସ୍‍ (ବ୍ଲ୍ୟୁ ବଟଲ ଜେଲିଫିସ୍‍) ଆତଙ୍କ ଖେଳିଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି। ତଟବର୍ତ୍ତୀ ଅଞ୍ଚଳରେ ଏବେ ବହୁ ସଂଖ୍ୟାରେ ନୀଳ ଜେଲିଫିସ୍‍ ଦେଖାଯାଉଛନ୍ତି। ଏହି ବିଷାକ୍ତ ନୀଳ ଜେଲିଫିସ୍‍ ଆକ୍ରମଣରେ ୧୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ବିଷାକ୍ତ ନୀଳ ଜେଲିଫିସ୍‍ କାମୁଡ଼ିବା ପରେ ଲୋକେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉଲ୍ଲେଖ ଯେ ନୀଳ ଜେଲିଫିସ୍‍ କାମୁଡ଼ିବା ସ୍ଥାନରେ ଅସହ୍ୟ ବିନ୍ଧା ହୋଇଥାଏ। କ୍ଷତ ସ୍ଥାନ କୁଣ୍ଡାଇ ହେବା ସହ ଯନ୍ତ୍ରଣା ହୋଇଥାଏ। ଏହାର ବିଷ ମନୁଷ୍ୟ ପାଇଁ ପ୍ରାଣ ଘାତକ ନୁହେଁ।
ସାଧାରଣତଃ ମୌସୁମୀ ଋତୁରେ ମୁମ୍ବଇ ସମୁଦ୍ର ତଟରେ ନୀଳ ଜେଲିଫିସ୍‍ ଦେଖାଯାନ୍ତି। ଜୁହୁ ତଟରେ ଦୁଇ ଦିନ ହେବ ଏହି ଜେଲିଫିସ୍‍ ଆତଙ୍କ ଖେଳାଇଛନ୍ତି। ଦୁଇ ଦିନ ମଧ୍ୟରେ ନୀଳ ଜେଲିଫିସ୍‍ କାମୁଡ଼ାରେ ୧୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି ତଟର ଜଣେ ଦୋକାନୀ ପ୍ରକାଶ କରିଛନ୍ତି।

Leave A Reply