ବାଣ ବିସ୍ଫୋରଣରେ ୨ ମୃତ

0

ଭୁବନେଶ୍ୱର: ବାଣ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ପ୍ରାଣ ହାନି ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣପଡିଛି । ଗୁରୁତରଙ୍କୁ ଭୁବନେଶ୍ବରସ୍ଥିତ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଜଣଙ୍କ ଘରେ ଆଜି ସକାଳେ ବାଣ ବିସ୍ଫୋରଣ ଘଟିଛି । ଦୀପାବଳି ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାଣରେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା । ପରେ ଆଖି ପିଛୁଳାକେ ଘରେ ଥିବା ସବୁ ବାଣ ବିସ୍ଫୋରିତ ହୋଇ ଉଠିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କୋଠା ଘରର କାନ୍ଥ ଭୁଷୁଡି ପଡିବା ସହ ପଡୋଶୀଙ୍କ ଛାଡ ଉଡି ଯାଇଥିବା ଦେଖିବାବକୁ ମିଳିଛି । ଅଘଟଣ ବେଳେ ଘରେ ଉପସ୍ଥିତ ଥିବା ମୃତ ଦମ୍ପତିଙ୍କ ହାତଗୋଡ଼ ମୁଣ୍ଡ ଛିଡ଼ି ୫୦ ଫୁଟ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଦମକଳ ବାହାନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ଏହି ଅଘଟଣା ଘଟିବା ସମୟରେ ପରିବାର ଅନ୍ୟ କେହି ସଦସ୍ୟ ନଥିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହା ସହ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକତ୍ସାଧୀନ ରହିଛନ୍ତି । ଏଯାବତ୍ ଗୁରୁତରଙ୍କ ପରିଚୟ ମିଳିନାହିଁ ।

Leave A Reply