୨୯ ବର୍ଷ ପରେ ବିଜେପି ମନ୍ତ୍ରୀଙ୍କ ବିରୋଧରେ ଚାର୍ଜଫ୍ରେମ୍‍

0

ଲକ୍ଷ୍ନୌ : ବିଚାରପତି ଅଭାବ କାରଣରୁ ଲକ୍ଷାଧିକ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ି ରହିଥିବା ବେଳେ କୋର୍ଟ ସେଗୁଡିକର ବିଚାରପ୍ରକ୍ରିୟା ସମାପ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏମିତି ଦୀର୍ଘ ୨୯ ବର୍ଷ ଧରି ବିଚାରାଧୀନ ଥିବା ଏକ ମାମଲାରେ ବିଜେପି ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରର ଜଣେ ମନ୍ତ୍ରୀ ମହସିନ ରାଜା ଓରଫ ଅରର୍ସଦ ପୁନଃ ଫଶିଯାଇଛନ୍ତି। ଶନିବାର ଏହି ମାମଲାରେ ତାଙ୍କ ବିରୋଧରେ ସ୍ଥାନୀୟ ଏକ କୋର୍ଟ ଚାର୍ଜଫ୍ରେମ୍‍ କରିଛନ୍ତି। ମହସିନ ଏବଂ ମାମଲାର ଅନ୍ୟଜଣେ ଅଭିଯୁକ୍ତ ଆକବରଙ୍କ ବିରୋଧରେ ଦାଖଲ ଅଭିଯୋଗଫର୍ଦକୁ ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‍ ନିର୍ଭୟ ପ୍ରକାଶ ଗ୍ରହଣ କରି ଚାର୍ଜଫ୍ରେମ୍‍ କରିଛନ୍ତି। ଅଗଷ୍ଟ ୪ରେ ଏହା ଉପରେ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯିବ। ୧୯୮୯ ଅଗଷ୍ଟ ୪ରେ ୱାଜିରଗଞ୍ଜ ଥାନାରେ ଜଣେ ଟ୍ରକ୍‍ ଡ୍ରାଇଭର ଲଲନ୍‍ ଏମାନଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଘଟଣା ଦିନ ଅଭିଯୁକ୍ତମାନେ ହଠାତ୍‍ ଲଲନଙ୍କ ଟ୍ରକ୍‍ ସମ୍ମୁଖକୁ ଚାଲିଆସିଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ କେହି ଆହତ ହୋଇ ନ ଥିଲେ ମଧ୍ୟ ସେମାନେ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ ବୋଲି ଲଲନ୍‍ ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗ ଉପରେ ପୁଲିସ ୧୯୯୦ ଅଗଷ୍ଟ ୪ରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ମାତ୍ର କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବାକୁ ୨୯ ବର୍ଷ ସମୟ ଲାଗି ଯାଇଛି।

Leave A Reply