ବିଜେପି କୃଷକ ମୋର୍ଚ୍ଚାର ସଚିବାଳୟ ଘେରାଉ

0

ଭୁବନେଶ୍ବର : ଧାନ ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗରେ ବିଜେପି କୃଷକ ମୋର୍ଚ୍ଚା ସଚିବାଳୟ ଘେରାଉ କରିଛି। ସରକାର ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ଧାନ କିଣି ପାରୁ ନାହାଁନ୍ତି ବୋଲି ବିଜେପି ଦାବି କରିଛି। ଦିଲ୍ଲୀରେ ବିଜେଡିର ଚାଲିଥିବା କୃଷକ ସମାବେଶକୁ ବିଜେପି ଦଳ ସମାଲୋଚନା କରିଥିବା ଜଣାପଡିଛି। ସଚିବାଳୟର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ବିକ୍ଷୋଭକାରୀମା​‌ନେ ସୁରକ୍ଷା ବଳୟ ଭାଙ୍ଗି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କର ପୁଲିସ ସହ ଧସ୍ତାଧସ୍ତି ହୋଇଛି। ଫଳରେ ସେଠାରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ବିଜେଡି ପକ୍ଷରୁ ଦିଲ୍ଲୀର ତାଲକୋଟରା ଠରେ କୃଷକ ମହାସମାବେଶ କରାଯାଉଛି। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ, ବିଧାୟକ ଓ ଦଳୀୟ ନେତାମାନେ ଉପସ୍ଥିତ ରହିଛନ୍ତି।

Leave A Reply