ବିଜେଡିର ଜନସମ୍ପର୍କ ପଦଯାତ୍ରା

0

ବଡସାହି : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବଡ଼ସାହି ବିଜେଡି ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ଦଳେଇଙ୍କ ନେତୃତ୍ୱରେ ଏକ ଜନସମ୍ପର୍କ ପଦଯାତ୍ରା ବଡ଼ସାହି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା। ଏଥିରେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ବିଧାନସଭା ମଣ୍ଡଳୀର ପର୍ଯ୍ୟବେକ୍ଷକ କ୍ଷୀରୋଦ ଚନ୍ଦ୍ର ରାଉତ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ସାଂସଦ ପ୍ରତିନିଧି ରାକେଶ ମହାପାତ୍ର, ଯୁବସଭାପତି ନୀହାର ରଞ୍ଜନ ମହାପାତ୍ର ଓ ଅଜୟ ବେହେରା ପ୍ରମୁଖ ବଜାର ମଧ୍ୟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶତାଧିକ କର୍ମୀଙ୍କ ସମେତ ବହୁ ମହିଳା କର୍ମୀ ଏଥିରେ ଯୋଗଦେଇ ଜନସମ୍ପର୍କ ପଦଯାତ୍ରା କରିଥିଲେ। ବଡ଼ସାହି ଗ୍ରାମ ପରିକ୍ରମା କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ।

Leave A Reply