ପବିତ୍ର ବିଶ୍ବକର୍ମା ପୂଜା : ଦେବଶିଳ୍ପୀଙ୍କ ଆବାହନ ପାଇଁ ଉତ୍ସବର ପରିବେଶ

0

ଭୁବନେଶ୍ବର : ଆଜି ପବିତ୍ର ବିଶ୍ବକର୍ମା ପୂଜା। ଦେବଶିଳ୍ପୀଙ୍କ ଆବାହନ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର। ରାଜ୍ୟର ଶିଳ୍ପ ନଗରୀଗୁଡିକ ବିଶ୍ବକର୍ମା ପୂଜାପାଇଁ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ କଳକାରଖାନା, କମ୍ପାନୀ, ବିଦ୍ୟୁତ ଓ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ଏବଂ ଔଦ୍ୟୋଗିକ ପ୍ରତିଷ୍ଠାନରେ ଆଜି ଧୁମଧାମରେ ଦେବଶିଳ୍ପୀଙ୍କ ପୂଜାର୍ଚନା କରାଯାଉଛି। ଅନେକ ଛୋଟବଡ଼ ବ୍ୟବସାୟୀ ନିଜ ଦୋକାନ ଓ ଗ୍ୟାରେଜରେ ପୂଜା କରିବା ସହିତ  ଯାନବାହାନ ମଧ୍ୟ ପୂଜା କରାଯାଉଛି।

ଭୁବନେଶ୍ବର ଓ କଟକର ବିଭିନ୍ନ ଶିଳ୍ପାଞ୍ଚଳ ସମେତ ତାଳଚେର, ଅନୁଗୋଳ, ରାଉରକେଲା, ପାରାଦ୍ବୀପ ଆଦି ବିଭିନ୍ନ ଶିଳ୍ପ ନଗରୀରେ ଆଡମ୍ବର ସହ ବିଶ୍ବକର୍ମା ପୂଜା ଅନୁଷ୍ଠିତ ହେଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମା​ଳାରେ ଶିଳ୍ପ ନଗରୀ ଝଲସି ଉଠୁଛି।

 

Leave A Reply