ସ୍ୱାୟତ୍ତ ଶାସନ ଦିବସ ପାଳନକୁ ବିରୋଧୀଙ୍କ ବିରୋଧ

0

କଟକ:  ମୁନିସିପାଲ୍‌ଟି କର୍ପୋରେସନ୍‌ର ସ୍ୱାୟତ୍ତ ଶାସନ ଦିବସ ପାଳନକୁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଗୋଟିଏ ପଟେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିଜେପି ଏହାକୁ କଳା ଦିବସ ଭାବେ ପାଳନ କରିଛି।  କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନାରାବାଜି ଦେଇଛନ୍ତି । ସେହିପରି ସିଏମ୍‌ସି କାର୍ୟ୍ୟାଳୟ ସମ୍ମୁଖରେ ଦଳୀୟ କର୍ମୀମାନେ କଳାପତାକା ପ୍ରଦର୍ଶନ କରି ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଛନ୍ତି ।

Leave A Reply