ଟାୱାର ଉପରୁ ଉଦ୍ଧାର ହେଲା ବିରଳ ପକ୍ଷୀ

0

ବ୍ରହ୍ମପୁର: ହରିଡ଼ାଖଣ୍ଡି ଲକ୍ଷ୍ମୀବିହାର ନିକଟରେ ଥିବା ଏକ ମୋବାଇଲ ଟାୱାର ଉପରୁ ଏକ ବିରଳ ପକ୍ଷୀ ଉଦ୍ଧାର ହୋଇଛି । ଏହି ବିରଳ ପକ୍ଷୀଟି ଗ୍ରେଟ ହ୍ୱାଇଟ ପେଲିକାନ ବୋଲି ଜଣାପଡିଛି । ପକ୍ଷୀଟି ତାରରେ ଝୁଲି ରହିଥିବା ଦେଖି ସ୍ଥାନୀୟଲୋକଙ୍କ ପକ୍ଷରୁ ଖବର ପାଇବା ପରେ ଅଗ୍ନିଶମ ଓ ବନବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । ଏହାପରେ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ତତ୍ୱାବଧାନରେ ବିଭାଗର ଅବିନାଷ ଦଳାଇ, ଗୁଲୁ ପାତ୍ର ଓ ହାବିଲଦାର ସନାତନ ମହାପାତ୍ର ୧୫୦ ଫୁଟ ଉଚ୍ଚତା ବିଶିଷ୍ଟ ଟାୱାର ଉପରକୁ ଚଢ଼ି ଗ୍ରେଟ ହ୍ୱାଇଟ ପେଲିକାନ ନାମକ ଏହି ବିରଳ ପକ୍ଷୀକୁ ଉଦ୍ଧାର କରିଥିଲେ । ଏହାପରେ ବନବିଭାଗର ଅଧିକାରୀମାନେ ଭେଟେନାରୀ ଚିକିତ୍ସାଳୟରେ ପକ୍ଷୀଟିର ଚିକିତ୍ସା କରାଇଛନ୍ତି । ପକ୍ଷୀଟିର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର ସୂତ୍ରରୁ ପ୍ରକାଶ । ଅଗ୍ନିଶମ ବିଭାଗର ଏହି ଉଦ୍ଧାର କାର୍ୟ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply