ପୁଣି ପୁରୀରେ କାଉମଡ଼କ

0

ପୁରୀ : ପୁଣି ପୁରୀରେ କାଉମଡ଼କ ଦେଖିବାକୁ ମିଳିଛି। ବାଙ୍କିମୁହାଣରେ ଥିବା ପାର୍କ ନିକଟରେ ବହୁ ସଂଖ୍ୟାରେ କାଉ ମରିପଡ଼ିଛନ୍ତି। ପ୍ରାୟ ଦଶରୁ ଅଧିକ କାଉ ମରି ପଡ଼ିଥିବାର ଦେଖି ବାର୍ଡ଼ ଫ୍ଲୁ ଆଶଙ୍କା କରାଯାଉଛି। ମାତ୍ର ଅତ୍ୟଧିକ ଥଣ୍ଡା କି ବାର୍ଡ଼ ଫ୍ଲୁ ଯୋଗୁ କାଉ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ସୂଚନା ଅନୁଯାୟୀ , ଚିଲିକା ଓ ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି। ତେଣୁ ଏହି କାଉମଡ଼କର ତୁରନ୍ତ ନମୁନା ପରୀକ୍ଷା କରାଯିବା ଜରୁରୀ ଅଟେ। ନଚେତ ଏହାଦ୍ୱାରା ବିଦେଶାଗତ ପକ୍ଷୀ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

Leave A Reply