ଓଆରଏଚଡିସି ଦୁର୍ନୀତି: ଆଇଏଏସ ବିନୋଦ କୁମାରଙ୍କୁ ଜାମିନ୍

0

ଭୁବନେଶ୍ବର: ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ସୋମବାର ଜାମିନ ମିଳିଛି। ତାଙ୍କ ସହ ଅନ୍ୟ ଅଭିଯୁକ୍ତ  ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ହାଇକୋର୍ଟ ପକ୍ଷରୁ ଜାମିନ୍ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ବିନୋଦ କୁମାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସର୍ମପଣ କରିଥିଲେ । ଅଭିଯୁକ୍ତ ବିନୋଦ ଓ ପୂର୍ଣ୍ଣଚନ୍ଦ୍ର ଦାସ ଉଭୟଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା । ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ଜାମିନ୍‌ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା ।

Leave A Reply