କାଙ୍ଗାଳ ହୋଇଯାଇଥାନ୍ତେ ଏହି ୫ ଅରବପତି

0

ନ୍ୟୁୟର୍କ: ବୁଧବାର ଦିନ ଆମେରିକାର ସେୟାର ବଜାରରେ ଘଟିଥିବା ବଡ଼ ଧରଣର ସ୍ଫଳନ ଯୋଗୁଁ ଅନେକ ଧନାଢ଼୍ୟ ବ୍ୟକ୍ତି ବିପୁଳ ପରିମାଣର ସମ୍ପତ୍ତି ହରାଇଛନ୍ତି। ଫେସ୍‍ବୁକ୍‍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହରାଇଛନ୍ତି ପ୍ରାୟ ୧୬.୮ ବିଲିୟନ ଆମେରିକୀୟ ଡଲାର। ବୁଧବାର ଦିନ ତାଙ୍କ କମ୍ପାନୀର ଅଂଶଧନରେ ୨୦% ହ୍ରାସ ଘଟିଥିବା ବେଳେ ସେ ହରାଇଥିବା ଅର୍ଥ ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟର ଏକ ପଞ୍ଚମାଂଶ। ବୁଧବାର ଦିନ ନିବେଶକଙ୍କ ମାନସିକତା ଯଦି ଗୁରୁବାର ଜାରି ରହିଥାନ୍ତା ତେବେ ବ୍ଲୁମବର୍ଗ ଅରବପତି ସୂଚକାଙ୍କ ତାଲିକାରେ ଜୁକରବର୍ଗଙ୍କ ସ୍ଥାନ ତୃତୀୟ ସ୍ଥାନରୁ ଷଷ୍ଠ ସ୍ଥାନକୁ ଖସି ଆସିଥାନ୍ତା। ସମ୍ପତ୍ତି ହରାଇଥିଲେ ମଧ୍ୟ ମାର୍କ ଜୁକରବର୍ଗ ଧନାଢ଼୍ୟ ତାଲିକାରେ ନିଜ ସ୍ଥାନ ବଜାୟ ରଖିପାରିଛନ୍ତି। ଏତିକି ପରିମାଣର ସମ୍ପତ୍ତି ହରାଇଥିଲେ ବିଶ୍ୱର ପ୍ରାୟ ୫ ଜଣ ଧନାଢ଼୍ୟ କାଙ୍ଗାଳ ହୋଇଯାଇଥାନ୍ତେ। ସେମାନେ ହେଲେ ସି ଡି କାର୍ଭାଲୋ-ହେନିକେନ୍‍, ଆଇରିସ୍‍ ଫଣ୍ଟବେନା ପରିବାର, ଲିଓନାର୍ଡୋ ଲାଉଡର, ଝାଙ୍ଗ ଝିଡୋଙ୍ଗ, ଏଲିନ୍‍ ମାର୍ଶାଲ୍‍।
ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‍ ନିଶାପାନୀୟ କମ୍ପାନୀ ହେନିକେନ୍‍ ଏନ୍‍ଭିର ସର୍ବବୃହତ୍‍ ନିବେଶକ ହେନିକେନ୍‍ଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୧୬.୭ ଆମେରିକୀୟ ଡଲାର। ସେହିପରି ବିଶ୍ୱର ସର୍ବବୃହତ୍‍ ତମ୍ବା ଉତ୍ପାଦନକାରୀ ଆଣ୍ଟୋଫାଗାଷ୍ଟା ସଂସ୍ଥାର ମାଲିକ ଫଣ୍ଟବୋନା ପରିବାରର ମୋଟ ସମ୍ପତ୍ତି ମୂଲ୍ୟ ୧୬ ବିଲିୟନ ଡଲାରରୁ କମ୍‍। ଏମିରଟସ୍‍ ଅଫ୍‍ ଇଷ୍ଟି ଲାଉଡର କର୍ପୋରେସନ୍‍ର ଅଧ୍ୟକ୍ଷ ଲିଓନାର୍ଡୋ, ଟେନସେଣ୍ଟ ହୋଲ୍‍ଡିଂ ଲିମିଟେଡର ସହପ୍ରତିଷ୍ଠାତା ଝାଙ୍ଗ ଝିଡୋଙ୍ଗ, କୋଚ ଇଣ୍ଡଷ୍ଟ୍ରୀର ନିର୍ଦେଶକ ଏଲିନ ମାର୍ଶାଲ୍‍ଙ୍କ ମୋଟ ସମ୍ପତ୍ତି ମୂଲ୍ୟ ମଧ୍ୟ ୧୬ ବିିଲିୟନ ଡଲାରରୁ କମ୍‍।

Leave A Reply