ଏସପି ପାହ୍ୟାର ଅଧିକାରୀଙ୍କୁ ନିଦ୍ଧୁମ ଛେଚିଲେ ପୁଲିସ କର୍ମୀ

0

ପାଟନା : ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ଅସୁସ୍ଥ ଥିବା ଜଣେ ମହିଳା ପୁଲିସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମହିଳା ପୁଲିସଙ୍କ ମୃତ୍ୟୁ ପରେ ପୁଲିସ କର୍ମଚାରୀ ମାନେ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମହିଳା ଏବଂ ପୁରୁଷ ପୁଲିସ ଡିଏସପି ମସଲାଉଦ୍ଦିନ, ସିଟି ଏସପି ଏବଂ ଗ୍ରାମୀଣ ଏସପିଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗୁଳି ଚାଳନା କରାଯାଇଥିଲା।
ଖବରଅନୁସାରେ ଜଣେ ମହିଳା ପୁଲିସ ବହୁତ ଦିନ ହେବ ଅସୁସ୍ଥ ଥିଲେ। ଠିକ ସମୟରେ ଚିକିତ୍ସା ନହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆନ୍ଦୋଳନକାରୀଙ୍କ କହିବା କଥା ତାଙ୍କର ଚିକିତ୍ସାପାଇଁ ତାଙ୍କୁ ପର୍ଯ୍ୟପ୍ତ ଛୁଟି ମିଳିନଥିଲା। ତେଣୁ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି। ଯେତେବେଳେ ତାଙ୍କର ଦେହ ଅଧିକ ଅସୁସ୍ଥ ହୋଇଗଲା ତାଙ୍କୁ ପାଟନାରେ ଏକ ଛୋଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିିଛି। ପୁଲିସ କର୍ମୀମାନେ ପୁଲିସ ଲାଇନରେ ଥିବା ଗାଡି ଗୁଡିକର କାଚ ଭାଙ୍ଗିବା ସହିତ ସେ ମୃତକଙ୍କୁ ଶୋଷଣ କରାଯାଉଥିବାର ସଙ୍ଗିନ ଅଭିଯୋଗ ଲଗାଇଛନ୍ତି। ଆନ୍ଦୋଳନ ମଧ୍ୟରେ ପାଟନା ଏସଏସପି ମନୁ ମହାରାଜ ପହଞ୍ଚି ପୁଲିସ କର୍ମୀ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ବର୍ତ୍ତମାନ ଘଟଣାର ପକୃତ ସତ୍ୟ ଜଣାପଡିନାହିଁ। ସେ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହିତ ଆଇନ ହାତକୁ ନନେବାକୁ କହିଛନ୍ତି। ଏକ ବୈଠକ ବସି ଏହା ଉପରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

Leave A Reply