ବୁଡିଲା ଡଙ୍ଗା ; ଅଳ୍ପକେ ବଞ୍ଚିଲେ ୧୫ ଯାତ୍ରୀ

0

ମହାକାଳପଡା : କେନ୍ଦ୍ରାପଡା ଜିଲା ମହାକାଳପଡା ସ୍ଥିତ ବିଜୟନଗର ଗୋବରୀ ନଦୀରେ ଡଙ୍ଗା ବୁଡି ଥିବା ଜଣାପଡିଛି। ସୂଚନା ଅନୁସାରେ ବିଜୟନଗରରେ ଡଙ୍ଗା ବୁଡିବା ଫଳରେ ୧୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଡଙ୍ଗା ବୁଡି ଘଟଣାରେ ୬ଟି ବାଇକ୍‍ ଓ ୪ଟି ସାଇକେଲ ବୁଡିଯାଇଛି।
ସୂଚନାଯୋଗ୍ୟ ଯେ ଗତ ଜାନୁଆର ୨ ତାରିଖରେ କେନ୍ଦ୍ରାପଡା ଜିଲାର ରାଜନଗର ବ୍ଲକ ଅନ୍ତର୍ଗତ ହୁକିଟୋଲାରୁ ପିକନିକ ସାରି ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply